ବସ-ଅଟୋ ଧକ୍କା ୬ ମୃତ ୪ ଗୁରୁତର

ବସ-ଅଟୋ ଧକ୍କା ୬ ମୃତ ୪ ଗୁରୁତର
Samaya Live News Picture
Published On

ପୋଲସରା : ଅଟୋକୁ ପିଟିଲା ଯାତ୍ରୀବାହୀ ବସ । ଧକ୍କା ଦେବା ପରେ ଶହେ ମିଟର ପାଖାପାଖି ଘୋଷାରି ନେଇଥିଲା ବସ । ଆଜି ସକାଳେ ପୁରୁଷୋତ୍ତମପୁର ଲଡ଼କାପଲ୍ଳୀ ଛକରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତଙ୍କୁ ଊଦ୍ଧାର କରି କୋଦଳା ମେଡିକାଲକୁ ପଠାଇଛନ୍ତି। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାନୁସାରେ, ଆଜି ସକାଳେ ଗୋଟିଏ ପରିବାରର ୧୦ଜଣ ମିଶି ଏକ ଅଟୋ ଭଡା କରି ଚିକିଟି ଏରଣ୍ଡା ରୁ କୋଦଳା ସିଂହାସିନୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ଗୁଗୁଲ ମ୍ୟାପ ଦେଖି ୨୦ସ୍ପିଡ଼ ରେ ଅଟୋ ଟି ଯାଉଥିବାବେଳେ ଏକ ବୁଲାଣି ରାସ୍ତାରେ ଡାଇମଣ୍ଡ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଓଭର ସ୍ପିଡ଼ରେ ଆସି ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଅଟୋକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଘଟଣା ସ୍ଥଳରେ ୨ଶିଶୁଙ୍କ ସହ ୫ ଜଣଙ୍କ ମୃତ୍ୟୁ ଘଟିଛି ।ଦୁର୍ଘଟଣା ପରେ ବସ ନେଇ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ବସଟି ବର୍ତ୍ତମାନ ପୁରୁଷୋତ୍ତମପୁର ଥାନାରେ ଥିବା ସୂଚନା ମିଳିଛି ।

Tags: