୨ ଟି ସ୍ଥାନରେ ବସ ଦୁର୍ଘଟଣା, ୧ ମୃତ ୭ ଗୁରୁତର

୨ ଟି ସ୍ଥାନରେ ବସ ଦୁର୍ଘଟଣା, ୧ ମୃତ ୭ ଗୁରୁତର
Samaya Live News Picture
Published On

ବଲାଙ୍ଗିର/ମୟୁରଭଞ୍ଜ : ପୃଥକ ସ୍ଥାନରେ ଯାତ୍ରୀବାହୀ ବସ ଦୁର୍ଘଟଣରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ବଲାଙ୍ଗୀର ସହର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଜଣେ ବାଇକ ଆରୋହୀଙ୍କ ଉପରେ ବସ୍ ମାଡିଯିବାରୁ ଗାଡ଼ି ଚକ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି କାମରେ ବଲାଙ୍ଗିର ଆସିଥିବାବେଳେ ବସ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସିସିଟିଭି ଫୁଟେଜ ଚିତ୍ର ଅନୁସାରେ ୨ଟି ଯାକ ଯାନ ଦ୍ରୁତ ଗତିରେ ଥିବା ଦେଖାଯାଇଛି । ଘଟଣାର ପୋଲିସ ତଦନ୍ତ ଜାରି ରହିଛି ।

ସେପଟେ, ମୟୁରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟିରେ ମଧ୍ୟ ବସ ଦୁର୍ଘଟଣା ଘଟିଛି । ଟ୍ରକ ପଛରେ ଏକ ଯାତ୍ରୀବାହୀ ବସ ପିଟି ହୋଇ ୭ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ବଡ଼ବିଲରୁ କୋଲକାତା ଯାଉଥିବାବେଳେ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଯାଇଥିଲା । ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

 

Tags: