ଆସନ୍ତା କାଲି ବଜେଟ ଅଧିବେଶନ,ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ଆସନ୍ତା କାଲି ବଜେଟ ଅଧିବେଶନ,ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା କାଲି ମଙ୍ଗଳବାରଠାରୁ ଅନୁଷ୍ଠିତ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ୧୧ଟା ୩୦ରେ ବୈଠକ ଅନୁଷ୍ଠିତ ହେବ । ଗୃହ ସୁରଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି ।  ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

ସେହିଭଳି ବିଧାନସଭା ଅଧିବେଶନ ପାଇଁ ସବୁ ଦଳ ଆଜି ରଣନୀତି ପ୍ରସ୍ତୁତ କରିବେ ।  ଆଜି ସନ୍ଧ୍ୟାରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ କରିବେ । ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ । 
 

ସମ୍ବନ୍ଧିତ ଖବର ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନ ଭୋଜନକୁ ବର୍ଜନ କଲେ ଛାତ୍ରଛାତ୍ରୀ

Tags: