ବାଲେଶ୍ୱର ଗୋପାଳ ଗାଁ ରୁ ୮କୋଟି ଟଙ୍କାର ବ୍ରାଉନସୁଗର ଜବତ
ବାଲେଶ୍ୱର : ବାଲେଶ୍ୱର ସହରର ଗୋପାଳଗାଁ ଅଞ୍ଚଳରୁ ୮ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ । ଆଜି ଟାଉନ୍ ଥାନା ପୋଲିସ ଏହି ଚଢ଼ାଉ କରି ୮ କେଜିରୁ ଅଧିକ ଓଜନର ନିଶାଦ୍ରବ୍ୟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ନିଶାଦ୍ରବ୍ୟ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଟାଉନ୍ ପୋଲିସ ଅଚାନକ ଚଢ଼ାଉ କରିଥିଲା ।
ଅଟକ ଥିବା ଦୁଇଜଣଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଗିରଫ ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ ।
Tags:




