୪ଟଙ୍କା ବୃଦ୍ଧି ହେଲା ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ

୪ଟଙ୍କା ବୃଦ୍ଧି ହେଲା ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ
Samaya Live News Picture
Published On

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶା ହେବ କୁପୋଷଣ ମୁକ୍ତ । ଅଣ୍ଡରୱେଟ୍ ଶିଶୁଙ୍କୁ ଅପପୁଷ୍ଟିରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୪ଟଙ୍କା ବୃଦ୍ଧି ହେଲା ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ । ବର୍ତ୍ତମାନ ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି । ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି । ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଆଜି ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମା ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମା'ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। 

ସେହିପରି ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୬ ପ୍ରତିଶତ ସୁଭଦ୍ରା ହିତାଧିକାରୀଙ୍କୁ ଅପ୍ ସ୍କିଲିଂ ଟ୍ରେନିଂ ଦେଇ ନିଯୁକ୍ତି ଏବଂ ଉଦ୍ୟୋଗୀ କରିବେ ସରକାର। ୨୧ ରୁ ୩୫ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ ଯୋଜନାରେ ପ୍ରତି ବର୍ଷ ଲକ୍ଷେ ମହିଳାଙ୍କୁ ସାମିଲ କରାଯିବ। ବିଭିନ୍ନ ଦକ୍ଷତା ଥିବା  ୨୧ ବର୍ଷରୁ ୩୫ ବର୍ଷ ଭିତରେ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ମଧ୍ୟ ପ୍ରତି ବର୍ଷ ୧ ଲକ୍ଷ ମହିଳା ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ସବୁ ବିଭାଗ ସମନ୍ୱୟ ରଖି କାମ କରିବେ।

Tags: