ବ୍ରଜରାଜନଗର ଉପନିର୍ବାଚନର ମତଦାନ ଆରମ୍ଭ
ବ୍ରଜରାଜନଗର: ମଇ ୩୧: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ପାଇଁ ମୋଟ ୧୨୨୮ ପୋଲିଂ […]
ବ୍ରଜରାଜନଗର: ମଇ ୩୧: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ପାଇଁ ମୋଟ ୧୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଆଇନଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି । ୨୭୯ ବୁଥରେ ମତଦାନ ହେଉଛି, ସେଥିମଧ୍ୟରୁ ୬୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ୫୦ ପ୍ରତିଶତ ବୁଥରେ େୱବ୍ କାଷ୍ଟିଂ କରାଯିବ, ୫ଟି ପିଙ୍କ୍ ବୁଥ ପାଇଁ କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବ୍ରଜରାଜନଗର ଆସନ ପୂର୍ବରୁ କଂଗ୍ରେସର ଗଡ଼ ରୂପେ ପରଚିତ ଥିଲା । ନବୀନ ପଟ୍ଟନାୟକଙ୍କ ସରକାର ଗଠନ ପରେ ମଧ୍ୟ କ୍ରମାଗତ ଭାବେ ୩ ଥର କଂଗ୍ରେସ ଏଠାରେ ବିଜୟୀ ହୋଇଥିଲା । ତେବେ ୨୦୧୪ରେ ବଦଳିଥିଲା ଏଠିକାର ରାଜନୈତିକ ଚିତ୍ର । ତେବେ ଚଳିତ ଥର କଣ ରହିବ ଫଳ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି ।




