ବିବାହ ପାଇଁ ଜିଦ ଧରିବାରୁ ପ୍ରେମିକାଙ୍କୁ ହତ୍ୟା
ବ୍ରହ୍ମପୁର : ବୁଲାଇ ନେବା ବାହାନାରେ ପ୍ରେମିକାଙ୍କୁ ଯୋଜନାବଦ୍ଧ ହତ୍ୟା । ଘଟଣାରେ ଅଭିଯୁକ୍ତ ପ୍ରେମିକ ଗିରଫ । ବିବାହ ପାଇଁ ଜିଦ ଧରିବାରୁ ପ୍ରମିକାଙ୍କୁ ବାଇକରେ ବୁଲାଇ ନେବାକୁ ଘରୁ ଡାକି ନେଇ ନଦୀକୁ ଠେଲି ହତ୍ୟା ପରେ ଦୁର୍ଘଟଣା ରୂପ ଦେଇଥିଲା । ଅଭିଯୁକ୍ତ ପ୍ରେମିକ ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଞ୍ଚଳର ଯୁବକ ରାକେଶ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ପୋଲିସ ।
ଘଟଣା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ଅମ୍ବିକା ଯୁକ୍ତ ଦୁଇ ପରେ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ପ୍ରେମିକ ରାକେଶଙ୍କ ସହିତ ବାଇକରେ ଗୋପାଳପୁର ଯାଇଥିଲେ ଅମ୍ବିକା । ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଅମ୍ବିକାଙ୍କୁ ଠେଲି ଦେଇଥିଲା ଅଭିଯୁକ୍ତ । ପରେ ଦୁର୍ଘଟଣା ହୋଇଥିବା କହି ପରିବାରକୁ ଜଣାଇଥିଲା । କିନ୍ତୁ ରାକେଶ କଥାରେ ତାଳମେଳ ନଥିବାରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ଅମ୍ବିକାଙ୍କ ମାମୁ କାହ୍ନୁ ଜେନା । ପୋଲିସ ଘଟଣାର ତଦନ୍ତ କରିବା ପରେ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।



