କାର୍ଯ୍ୟକାରୀ ହେଇପାରୁନି ବୁକ ସର୍କୁଲାର - ୪୭ ,ବିରୋଧୀ ବିଧାୟକଙ୍କ ଅଭିଯୋଗ

ଗୃହରେ ଉଦବେଗ ପ୍ରକାଶ କଲେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ

କାର୍ଯ୍ୟକାରୀ ହେଇପାରୁନି ବୁକ ସର୍କୁଲାର - ୪୭ ,ବିରୋଧୀ ବିଧାୟକଙ୍କ ଅଭିଯୋଗ
Samaya Live News Picture
Published On

ଭୁବନେଶ୍ୱର : ପ୍ରଶ୍ନ କାଳରେ ଉଠିଲା ବୁକ୍ ସର୍କୁଲାର ପ୍ରସଙ୍ଗ । ଅଫିସର ମାନୁ ନାହାନ୍ତି ବୁକ ସର୍କୁଲାର - ୪୭ । ବିରୋଧୀ ଦଳ ବିଧାୟକଙ୍କ କଥା ଶୁଣୁ ନାହାନ୍ତି ସରକାରୀ ଅଧିକାରୀ । ଓଡ଼ିଶା ବିଧାନସଭାରେ 'ବୁକ୍ ସର୍କୁଲାର-୪୭' (Book Circular-47) କାର୍ଯ୍ୟକାରୀ ନ ହେବା ଏବଂ ସରକାରୀ ଅଧିକାରୀଙ୍କ ମନମାନିକୁ ନେଇ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ବିଧାୟକଙ୍କୁ ନିମନ୍ତ୍ରଣ ଏବଂ ଫଳକରେ ନାଁ ନଥିବା ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ ।

ଅନେକ ଚିଠି କାର୍ଯ୍ୟାଳୟରୁ ଯାଉଥିଲେ ମଧ୍ୟ ଅଫିସର ଏହାର ଉତ୍ତର ଦେଉନାହାନ୍ତି । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ୍ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଅନେକ କାର୍ଯ୍ୟକ୍ରମରେ ନିର୍ବାଚିତ ବିଧାୟକଙ୍କୁ ଡକାଯାଉ ନାହିଁ, ବରଂ ଅଣ ନିର୍ବାଚିତ ବିଧାୟକ ମଞ୍ଚରେ ସ୍ଥାନ ପାଉଛନ୍ତି କହି ଅଭିଯୋଗ ଆଣିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଯଦି ଏହି ନିୟମ ସଠିକ୍ ପାଳନ ହେବ ନାହିଁ ତେବେ ବୁକ୍ ସର୍କୁଲାର ୪୭କୁ ପ୍ରତ୍ୟାହାର କରିନିଆଯାଉ । ଯଦି ରଖିବେ ତେବେ ସଠିକ୍ ଭାବେ ଏହାକୁ ପାଳନ କରାଯାଉ କହିଲେ ପ୍ରସନ୍ନ ଆଚାର୍ଯ୍ୟ ।

ଏ ସମ୍ପର୍କରେ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଅଧିକାରୀମାନେ ବୁକ୍ ସର୍କୁଲାରକୁ କଡ଼ାକଡ଼ି ପାଳନ କରିବା ସହ ଏହାର ଲିଖିତ ହିସାବ ରଖିବା ବାଧ୍ୟତାମୂଳକ। ସରକାର ଏହାର ନିୟମିତ ଅନୁଧ୍ୟାନ କରୁଛନ୍ତି ।

ଅଧିକାରୀମାନଙ୍କୁ ଏହାର ନିୟମ ବିଷୟରେ ଅବଗତ କରାଇବା ପାଇଁ ନିକଟରେ ସମ୍ବଲପୁରଠାରେ ଏଥିକ୍ସ କମିଟି (Ethics Committee) ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା ଏବଂ ଆଗକୁ ନିୟମିତ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Tags: