ସମ୍ବଲପୁର,ଦେବଗଡ଼ ଏବଂ କଟକ ଜିଲ୍ଲା କୋର୍ଟକୁ ବୋମା ଧମକ
By: Samaya Live News
ସମ୍ବଲପୁର : ରାଜ୍ୟରେ ୩ ଟି କୋର୍ଟକୁ ବୋମା ଧମକ । ବୋମାରେ ଉଡାଇ ଦିଆଯିବ ସମ୍ବଲପୁର,ଦେବଗଡ଼ ଏବଂ କଟକ ଜିଲ୍ଲା କୋର୍ଟ । କୋର୍ଟ ପରିସରରେ ଆଣ୍ଟି-ବୋମା ସ୍ୱାର୍ଡ ସହ ବ୍ୟାପକ ପୋଲିସ ମୁତୟନ । ଇ-ମେଲ ଜରିଆରେ ସମସ୍ତ କୋର୍ଟକୁ ବୋମା ଧମକ ଦିଆଯାଇଛି । ମେଟାଲ ଡ଼ିଟେକ୍ଟର ଓ ସନ୍ଧାନୀ କୁକୁରଙ୍କ ଜଣ ଜଣକୁ ଯାଞ୍ଚ କରାଯାଉଛି । ତେବେ ଏହି ଇ-ମେଲଟି କେଉଁଠୁ ଆସିଲା ଏବୋ କିଏ ଦେଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସମ୍ବନ୍ଧିତ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
ସେହିପରି ଦେବଗଡ଼ ଏବଂ କଟକ ଜିଲ୍ଲା କୋର୍ଟକୁ ମଧ୍ୟ ବୋମାର ଉଡାଇଦେବାକୁ ଧମକ ଦିଆଯାଇଛି । କଟକ ଜିଲ୍ଲା କୋର୍ଟ ପରିସରକୁ ବର୍ତ୍ତମାନ ଖାଲି କରାଯାଇ ଖାନତଲାସୀ ଜାରି ରହିଛି । ଘଟଣାକୁ ନେଇ ଆଣ୍ଟି ବୋମା ସ୍କ୍ୱାର୍ଡ଼କୁ ଖବର ଦିଆଯାଇଛି । କଟକ ଜିଲ୍ଲା ଜଜଙ୍କ ନିକଟକୁ ଏହି ଇ-ମେଲ ଆସିଛି । ସେଥିରେ କୁହାଯାଇଛି ଆଜି ଦିନ ୨ ଟା ସୁଦ୍ଧା କୋର୍ଟକୁ ବମ ରେ ଉଡାଇ ଦିଆଯିବ । ତେବେ ଗୋଟିଏ ପରେ ଗୋଟିଏ କୋର୍ଟକୁ ବୋମା ଧମକ ମିଳିବାକୁ ନେଇ ଚିନ୍ତା ବଢିଛି ।
ସମ୍ବନ୍ଧିତ ଖବର ମାଲବାହୀ ଟ୍ରେନ ଲାଇନଚ୍ୟୁତ
Tags:



