ସମ୍ବଲପୁର କୋର୍ଟକୁ ବୋମା ଧମକ

ସମ୍ବଲପୁର କୋର୍ଟକୁ ବୋମା ଧମକ
Samaya Live News Picture
Published On

ସମ୍ବଲପୁର : ପୁଣି ଥରେ ସମ୍ବଲପୁର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ ଯୋଗେ ଧମକ ଆସିଛି । ଏହାକୁ ନେଇ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମା ଧମକ ମିଳିଛି । କୋର୍ଟ ପରିସରକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ୪ ଥର ଧମକ ଆସିଲାଣି ।

ବାରମ୍ବାର ଏଭଳି ଧମକ ଆସୁଥିବାରୁ ଚିନ୍ତା ବଢ଼ିଛି । ଧମକପୂର୍ଣ୍ଣ ଇ-ମେଲ୍‌ର ଉତ୍ସ ଖୋଜିବା ପାଇଁ ସାଇବର ଟିମ୍‌ ସହାୟତାରେ ତଦନ୍ତ ଚାଲିଛି । ବିଭିନ୍ନ କୋର୍ଟକୁ ଆସୁଥିବା ବୋମା ଧମକ ରଜ୍ୟରୁ ନା ରାଜ୍ୟ ବାହାରର କାହାର ହାତ ରହିଛି ଏହାକୁ ନେଇ ତନାଘନା ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ଘଟଣାର ପ୍ରକୃତ କାରଣ ଓ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଧମକ ମିଳିବା ପରେ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Tags: