ମାଲକାନଗିରି କୋର୍ଟକୁ ବୋମା ଧମକ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଦୌରା ଜଜ କୋର୍ଟକୁ ବୋମା ଧମକ । ଏନେଇ ଆଜି କୋର୍ଟ ପରିସରରେ ଆତଙ୍କ ଦେଖିବାକୁ ମିଳିଛି । ଜିଲ୍ଲା ଜଜ ଙ୍କ ମେଲକୁ ଆସିଛି ଏକ ଧମକ ପୂର୍ଣ୍ଣ ଅଜ୍ଞାତ ଇ-ମେଲ୍ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମେଲ ଆସିବା ପରେ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀମାନେ ଭୟବିତ ହୋଇ କୋର୍ଟ କମ୍ପ୍ଲେକ୍ସ ରୁ ବାହାରି ଆସିଥିଲେ । ପରେ ପୁଲିସ୍ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସେଠାରେ ତନାଘନା ଆରମ୍ଭ କରିଛନ୍ତି । ବିଏସଏଫ ବାହିନୀର ସନ୍ଧାନି କୁକୁର ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତେବେ ଏଭଳି ଧମକପୂର୍ଣ୍ଣ ମେଲ୍ କେଉଁଠୁ ଆସିଛି, କିଏ ପଠାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।
Tags:



