ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼

ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼
Samaya Live News Picture
Published On

କଟକ : କ୍ୟାମ୍ପସ ତାତି । ଛତ୍ର ନିର୍ବାଚନକୁ ନେଇ ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ବୋମାମାଡ଼ । ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନାମାଙ୍କନ ପତ୍ର ନାକଚ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦାବିରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବର ବାହାରେ ଧାରଣା ଦେଇଥିଲେ । ଏହାପରେ ପରିସ୍ଥିତିକୁ ସୁଧାରିବା ପାଇଁ ଅଧ୍ୟକ୍ଷ, ଆନ୍ଦୋଳନରତ ଛାତ୍ର ଏବଂ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଆଡମିନ ବ୍ଲକ୍ ନିକଟକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା । ତେବେ ବୋମାମାଡ଼ରେ କାହାରି କିଛି କ୍ଷତିହିଁ ନଥିବାବେଳେ କଲେଜ ର ଝରକା କବାଟ ଭାଙ୍ଗିବା ସହ କାନ୍ଥ ଭୁଶୁଡ଼ିଛି। ଏହି ଘଟଣା ପରେ କଲେଜ ପରିସରରେ ଆତଙ୍କ ଖେଳି ଯାଇଛି । କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ଅଭିଯୋଗ ପରେ ପୋଲିସ ପକ୍ଷରୁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି ।

Tags: