ଶ୍ମଶାନ ରୁ ଶବ ଚୋରି
ଭଦ୍ରକ : ଚର୍ଚ୍ଚାରେ ଭଦ୍ରକ ଜିଲ୍ଲା ମଣିନାଥପୁର ଗାଁ ମସାଣି । ମଶାଣିରୁ ପୁଣି ଶବ ଚୋରି ଅଭିଯୋଗ । ଶ୍ମଶାନରୁ ୫ଟି ଶବ ଚୋରି ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନମଣିନାଥପୁରରୁ ଏଭଳି ଅଭିଯୋଗ ଆସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବୈତରଣୀ ନଦୀରେ ଆସିଥିବା ବନ୍ୟା ପରେ ନଦୀକୂଳରେ ଥିବା ମଶାଣିରୁ ୫ଟି ଶବ ଚୋରି ହୋଇଯାଇଛି । ତେବେ ଘଟଣାକୁ ନେଇ ଭଣ୍ଡାରୀପୋଖରୀ ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସେହିପରି ୨୦୧୭ରେ ମଶାଣିରୁ ୪ଟି ଶବ,୨୦୨୩ରେ ୩ ଟି ୨୦୨୫ ଶବ ଚୋରି ହେବା ପରେ ପୁଣି ୨୦୨୬ରେ ମଶାଣିରୁ ପୁଣି ଏକ ଥରକେ ୫ ଟି ଶବ ଚୋରି ହୋଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । କିଏ ବାରମ୍ବାର ଶବ ଗାଏବ କରୁଛି ? କାହିଁକି ଶବ ଗୁଡ଼ିକୁ ମଶାଣୀରୁ ନେଇ ଯାଉଛି ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
Tags:




