ମନ୍ତ୍ରୀଙ୍କ ବାସ ଭବନରୁ ମୃତଦେହ ଉଦ୍ଧାର

ମନ୍ତ୍ରୀଙ୍କ ବାସ ଭବନରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଖାଉଟି କଲ୍ୟାଣ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ହେଲେ ମନ୍ତ୍ରୀଙ୍କ ଘରୋଇ ସହାୟକ ଶଙ୍କର୍ଷଣ ନାଗ । ତାଙ୍କର ବୟସ ୪୭ ବର୍ଷ ହୋଇଥିବା ବେଳେ ଘର ବଲାଙ୍ଗରୀ ଜିଲାର ବେଲପାହାଡ଼ର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ପୁଲିସ ପ୍ରାଥମିକ ତଦନ୍ତ କରି  ବିଦ୍ୟୁତ ଆଘାତରୁ ଶଙ୍କର୍ଷଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି । ପୁଲିସ ପକ୍ଷରୁ ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରଯାଇଛି ।

ସମ୍ବନ୍ଧିତ ଖବର ଅଜିତ ପାୱାରଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Tags: