ବିରୂପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବିରୂପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧର । ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଗତକାଲି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀକୁ ଖସି ପଡିଥିଲା I ଏଥିରେ ୨ ଜଣ ଯୁବକ ଥିଲେ । ତେବେ ଦୁର୍ଘଟଣା ପରେ ନଦୀରୁ ଜଣଙ୍କୁ ସଂଗେ ସଂଗେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଆଉ ଜଣେ ନିଖୋଜ ଥିଲେ I ଆଜି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଉଦିତ ସାହୁ । ପାଖାପାଖି ସାଢ଼େ ୫ ଘଣ୍ଟା ଧରି ଖୋଜାଖୋଜି ପରେ ଗାଡ଼ିଟି ବାହାରକୁ ବାହାର କରାଯାଇଥିଲା, କିନ୍ତୁ ଯୁବକଙ୍କ ପତ୍ତା ମିଳି ନଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି । ଉଦ୍ଧାର ହୋଇଥିବା ତାଙ୍କ ସାଙ୍ଗ ହେଲେ ଅଂଶୁମାନ । କାର ନଦୀକୁ ଖସି ପଡ଼ିବା ବେଳେ ସେଥିରେ ଥିଲେ ଉଦିତ ଏବଂ ତାଙ୍କ ସାଙ୍ଗ ଅଂଶୁମାନ। ଜଗତପୁର ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଟକ ବଡ଼ମେଡ଼ିକାଲକୁ ପଠାଇଛି । 

Read More ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା - ପଞ୍ଚାୟତିରାଜ ମନ୍ତ୍ରୀ

Tags: