ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଗୋଲଡି ଓରଫ ମନୀଷା ଏବଂ ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପୁଲିସ ମୃତଦେହକୁ ଉଦ୍ଧାର କରିଛି । ପରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।
ମନୀଷା ଏମବିଏ କରିଥିବାବେଳେ ବିଭିନ୍ନ କମ୍ପାନୀରେ ଏଚଆର ଭାବରେ କାମ କରୁଥିଲେ । କିଛିଦିନ ତଳେ ସେ ଚାକିରି ଛାଡ଼ିଥିଲେ । ଏହାପରେ ନିଜର ଏକ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ । ତେବେ ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ,ତାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି । ଭଡା ଘରେ ପହଞ୍ଚି ପୋଲିସ ପ୍ରଥମେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ସେଠାରୁ ତାଙ୍କ ମୋବାଇଲ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କୌଣସି ସଠିକ କାରଣ ଜଣାପଡି ନାହିଁ ।



