ଟ୍ରେନରୁ ରେଳଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଟ୍ରେନରୁ ରେଳଯାତ୍ରୀଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ଭୁବନେଶ୍ୱର : ଟ୍ରେନ୍ ଭିତରେ ମୃତଦେହ । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଏସ-୩ ବଗିରୁ ଜଣେ ରେଳଯାତ୍ରୀଙ୍କ ମୃତଦେହ କରିଛନ୍ତି ରେଲୱେ ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା କଣ୍ଟିଲୋ ଅଞ୍ଚଳର ମନୀଷ ଦାସ। ସେ ଟ୍ରେନରେ ଭୁବନେଶ୍ବରରୁ ଟିକିରି ଯାଉଥିଲେ । ମନୀଷଙ୍କ ମୃତଦେହ ମିଳିବା ପରେ ରେଲୱେ ଡାକ୍ତର ମୃତଦେହ ପରୀକ୍ଷା କରିଥିଲେ ।ଘଟଣାରେ ରେଲୱେ ପୋଲିସ ତଦନ୍ତ କରୁଛି । ତେବେ କିପରି ତାଙ୍କର ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି ।

ମନୀଷ ଟିକିରିରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଘରକୁ ହୋଲି ପର୍ବ ପାଳନ କରିବାକୁ ଯାଇ ଆଜି ଟିକିରି ଫେରୁଥିଲେ । ଜିଆରପି ପୋଲିସ ପକ୍ଷରୁ ପରିବାରବର୍ଗଙ୍କୁ ଖବର ଦେବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ଜିଆରପି ପୋଲିସ ସୂଚନା ଦେଇଛନ୍ତି।

 

Tags: