ହୋଟେଲ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର
By: Samaya Live News
ବାଲେଶ୍ୱର : ହୋଟେଲ ମାଲିକଙ୍କୁ ହତ୍ୟା ସନ୍ଦେହ । ହୋଟେଲ ରୁମ ଭିତରୁ ଉଦ୍ଧାର ହେଲା ମାଲିକଙ୍କ ମୃତଦେହ । ରାତିରେ ହୋଟେଲରୁ ଗ୍ରାହକ ସବୁ ଯିବା ପରେ କାମ ସାରି ରୁମ ଭିତରେ ଶୋଇବାକୁ ଯାଇଥିଲେ ମାଲିକ ଗଜେନ୍ଦ୍ର ପଣ୍ଡା । ହେଲେ ସକାଳୁ ହୋଟେଲ ଭିତରୁ ମିଳିଲା ମୃତଦେହ । ହତ୍ୟା ନା ଆତ୍ମହତ୍ୟା ପୋଲିସ ଖୋଜୁଛି କାରଣ ।
ସମ୍ବନ୍ଧିତ ଖବର ରାୟଗଡାରେ ଲାଗିଲା ମାଓ ପୋଷ୍ଟର
ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ଜାମୁଝଡି ନିକଟରେ ଥିବା ହୋଟେଲ ଜୟ ମା ଦୁର୍ଗା ରେ । ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିଲବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି । ସକାଳେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ । ହେଲେ ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣାର ପହଞ୍ଚି ରୋଷେୟାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।
ସମ୍ବନ୍ଧିତ ଖବର ଠକେଇ ଅଭିଯୋଗରେ ଇ-କମର୍ସ କମ୍ପାନୀକୁ ଜୋରିମାନା
ସମ୍ବନ୍ଧିତ ଖବର ICU ବେଡରୁ ରୋଗୀ ଖସି ପଡିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ
Tags:



