୪ ଦିନ ପରେ ମିଳିଲା ନିଖୋଜ ପ୍ରଧାନ ଶିକ୍ଷକଙ୍କ ମୃତଦେହ

୪ ଦିନ ପରେ ମିଳିଲା ନିଖୋଜ ପ୍ରଧାନ ଶିକ୍ଷକଙ୍କ ମୃତଦେହ

ଝରିଗାଁ/ଉମରକୋଟ : ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିକ୍ଷକଙ୍କ ମୃତଦେହ । ଛତିଶଗଡ଼ର ମେନପୁର ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଚାରି ଦିନ ତଳେ ନିଖୋଜ ଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ରତାଖଣ୍ଡିଗୁଡ଼ା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ । ସେ  କଲେଗାଁ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ଘଟଣାସ୍ଥଳରୁ ତାଙ୍କର ପରିଚୟ ପତ୍ର, ହେଲ୍‌ମେଟ୍‌ ଓ ବାଇକ୍‌ ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ସେ ଜଣେ ସରକାରୀ ଶିକ୍ଷକ ଥିବାବେଳେ କେଉଁ କାରଣରୁ ଆତ୍ମହତ୍ୟା କଲେ ଏହାର କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୧୧ ନଂ

Tags: