ସରକାରୀ ବାସ ଭବନରୁ ମହିଳା ଏସ୍‌ଆଇଙ୍କ ମୃତଦେହ ଉଦ୍ଧାର

ସରକାରୀ ବାସ ଭବନରୁ ମହିଳା ଏସ୍‌ଆଇଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ମହିଳା ଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ଶନିବାର ଦିନ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ ବାସଭବନରୁ ମହିଳା ଏସଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହେଲେ କେଉଁ ପରିସ୍ଥିତିରେ ସେ ଏଭଳି ପଦକ୍ଷେପ ନେଲେ, ତାହା ଏବେ ବି ଅସ୍ପଷ୍ଟ। ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବିଶି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  ।

ପ୍ରଭାସିନୀ ସାହୁ ଗତ ୨୦୨୪ ଜାନୁଆରୀ ୨୯ରେ ପୋଲିସ ଚାକିରିରେ ପାଦ ଥାପିଥିବାବେଳେ ସେପ୍ଟେମ୍ବର ୧୩ରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ। ଶନିବାର ସକାଳେ କ୍ୱାର୍ଟରକୁ ପାଣି ଦେବାକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଦେଖି ଥାନାକୁ ଖବର ଦେଇଥିଲେ। ଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବି.ସି. ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆତ୍ମହତ୍ୟା ଘଟଣା ପଛରେ କୌଣସି ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି ପରିସ୍ଥିତି ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ। 

 

Tags: