କାର ଭିତରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

କାର ଭିତରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ମୟୁରଭଞ୍ଜ : କାର ଭିତରୁ ଉଦ୍ଧାର ହେଲା ପୋଲିସ କନେଷ୍ଟବଳଙ୍କ ମୃତ ଦେହ । ମୟୂରଭଞ୍ଜ ପଦ୍ମନାଭପୁର ଏନଏଚ୍ ୧୮ ରାସ୍ତାକଡରେ ପାର୍କ ହୋଇଥିବା କାରରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଝାରପୋଖରିଆର ବସନ୍ତ ମହାନ୍ତ । ଗତକାଲି ସକାଳ ୧୧ଟାରୁ କାରଟି ରାସ୍ତା ପାର୍ଶ୍ବରେ ଛଡ଼ା ହୋଇଥିଲା । ଅପରାହଣ ଯାଏ କାର ସେମିତି ଥିବାରୁ, ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ କାର ସିଟରେ ବସନ୍ତଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। କନେଷ୍ଟବଳ ବସନ୍ତ ମହାନ୍ତଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ତଦନ୍ତ ଚାଲିଛି। ଘଟଣାସ୍ଥଳରୁ କିଛି ସୁରାକ ମିଳିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ତେବେ ରାସ୍ତା କଡ଼ରେ ଥିବା କାର ଭିତରୁ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Tags: