କୂଅରୁ ୫ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣି ରାସ୍ତା ରୋକ

କୂଅରୁ ୫ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣି ରାସ୍ତା ରୋକ

ନୟାଗଡ଼ : କୂଅ ଭିତରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର I ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ I ମଙ୍ଗଳବାର ନୟାଗଡ଼ ଜିଲ୍ଲା ବେଲପଡ଼ା ଗାଁର ବିଜୟ ମଲ୍ଲିକଙ୍କ ୧୦ ବର୍ଷର ପୁଅ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲା । ଘର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇଥିଲେ । ତେବେ ବୁଧବାର ସକାଳ ଗାଁର ଏକ କୂଅରୁ ମିଳିଛି ମୃତଦେହ । ନାବାଳକର ଶରୀରରେ ଏକାଧିକ କ୍ଷତ ରହିଛି । ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ନାବାଳକ ଜଣଙ୍କୁ କେହି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି । ଗଣିଆ-ଭୁବନେଶ୍ଵର ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଶହ ଶହ ଯାନବାହାନ ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ସମ୍ବନ୍ଧିତ ଖବର ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଗଲେ ବିକ୍ରମ ପଣ୍ଡା

ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ବେଲପଡା ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି ଓ ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଈଙ୍କୁ ନିଲମ୍ବିତ କରାଯାଇଛି । ଗଣିଆ ବିଇଓ  ନିଲମ୍ବନ ଆଦେଶ ଦେଇଛନ୍ତି ।   

ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ

 

ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

Tags: