ପାଣି କୁଣ୍ଡରୁ ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ପାଣି କୁଣ୍ଡରୁ ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ଭୁବନେଶ୍ୱର : ପାଣି କୁଣ୍ଡରୁ ଉଦ୍ଧାର ହେଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଇ ମୃତ ଛାତ୍ରୀ ହେଲେ ୟୁନିଟ୍ -୯ ଅଞ୍ଚଳର ଶ୍ରେୟାଂଶୀ ସିଂ(୭) । ସେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ DM (Demonstration Multipurpose) ସ୍କୁଲର ଜଣେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍କୁଲ ଚାଲୁଥିଅବେଳେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତଦେହ ପାଣିକୁଣ୍ଡ ଯାଏଁ ପହଁଚିଲା ତାହା ଏବେ  ପ୍ରଶ୍ନବାଚୀ ହୋଇଛି । ମଧ୍ୟାହ୍ନ ବିରତି ପରେ ଛାତ୍ରୀଙ୍କୁ ସ୍କୁଲ ରେ ଆଉ ଦେଖିବାକୁ ମିଳି ନଥିଲା । ସ୍କୁଲ ପରିସରରୁ ଛାତ୍ରୀ ଜଣକ ହଠାତ ନିଖୋଜ ହୋଇଯିବା ନେଇ ପରିବାରକୁ ଖବର ଦିଆଯାଇଥିଲା । ଏହାପରେ ପରିବାର ବର୍ଗ ସ୍କୁଲରେ ପହଞ୍ଚି ସ୍କୁଲ ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ପରେ ପୋଲିସ ରିଜର୍ଭ ପଡ଼ିଆର ଏକ କୁଣ୍ଡରେ ଝିଅର ଶରୀର ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ । ଏଭଳି ଘଟଣାକୁ ନେଇ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ସହିଦନଗର ଥାନାରେ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ସିସିଟିଭି ଫୁଟେଜ୍ ଯାଞ୍ଚରୁ ଜଣାପଡ଼ିଥିଲା ଛାତ୍ରୀ ଜଣକ ସ୍କୁଲ ଛୁଟି ହେବା ପୂର୍ବରୁ ସ୍କୁଲରୁ କ୍ୟାମ୍ପସରୁ ବାହାରି ପୋଲିସ୍ ଲାଇନ୍ ଚିଲଡ୍ରେନ ପାର୍କ ଆଡ଼କୁ ଯାଉଥିବା ଦେଖାଯାଇଥିଲା । ଛାତ୍ରୀଙ୍କ ମାମୁଁ ପୋଲିସ୍ ଲାଇନ୍‌ରେ କନଷ୍ଟେବଳ ଥିବାରୁ ସେ ତାଙ୍କ ପାଖକୁ ଆସିଥିଲେ ବୋଲି ପୋଲିସ ଅନୁମାନ କରୁଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

 

Tags: