ଚିଲିକା ମଝିରେ ଫସିଲା ଡଙ୍ଗା

ଚିଲିକା ମଝିରେ ଫସିଲା ଡଙ୍ଗା
Samaya Live News Picture
Published On

ଭୁବନେଶ୍ବର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲରେ ଦଙ୍ଗା । ଅସହାୟ ଭାବରେ ଦଙ୍ଗା ଭିତରେ ଫସି ରହିଛନ୍ତି ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଆଜି ସକାଳ ପ୍ରାୟ ୭ଟା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଚିଲିକା ହ୍ରଦରେ ଏହି ଅଘଟଣ ଘଟିଛି । 

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଡଙ୍ଗାଟି ବ୍ରହ୍ମଗିରିର ସାତପଡ଼ା ଘାଟରୁ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା । ତେବେ ହ୍ରଦର ମଝି ଭାଗରେ ହଠାତ୍ ଡଙ୍ଗାର ମେସିନ୍ ବନ୍ଦ ହୋଇଯିବାରୁ ଏହା ଅଚଳ ହୋଇ ପଡ଼ିଥିଲା । ଫଳରେ ଗତ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଡଙ୍ଗାଟି ଜଳ ମଧ୍ୟରେ ହିଁ ଫସି ରହିଛି । ଏହି ଡଙ୍ଗାରେ ମୋଟ ୪୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ସହିତ ପ୍ରାୟ ୨୦ଟି ମୋଟରସାଇକେଲ ବା ବାଇକ୍ ମଧ୍ୟ ଲୋଡ୍ ହୋଇ ରହିଛି ।  ଘଟଣା ସମ୍ପର୍କରେ ଖବର ପାଇବା ପରେ ଘାଟ ମାଲିକ ଏବଂ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଫସି ରହିଥିବା ଯାତ୍ରୀ ଓ ବାହନଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଚିଲିକାରେ ପ୍ରାୟତଃ ମେସିନ୍ ଖରାପ ହେବା କିମ୍ବା ପାଣିର ଶାବଳ ଓ ପଙ୍କରେ ଡଙ୍ଗା ଫସିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିୟମିତ ଯାଞ୍ଚ ଏବଂ ଲାଇଫ୍ ଜ୍ୟାକେଟ୍ ବ୍ୟବହାର ଉପରେ କଡ଼ା ନଜର ରଖିବାକୁ ଦାବି ହେଉଛି ।

Tags: