ଅଳିଆ ଉଠାଇବା ପାଇଁ ୟୁଜର୍ସ ଫି' ଲାଗୁ କରିବ ବିଏମସି

ଅଳିଆ ଉଠାଇବା ପାଇଁ ୟୁଜର୍ସ ଫି' ଲାଗୁ କରିବ ବିଏମସି

ଭୁବନେଶ୍ୱର : ନୂଆବର୍ଷରୁ ବିଏମସି ଲାଗୁକଲା ନୂଆ ନିୟମ । ଏଣିକି ଅଳିଆ ଉଠା ପାଇଁ ସହରବାସୀ ଦେବେ ୟୁଜର୍ସ ଫି'(ଉପଭୋକ୍ତା ଦେୟ)। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର୍ସ ଫି ଆଦାୟ ହେବ। ଭୁବନେଶ୍ୱରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର ଫି ଲାଗୁ କରିବ ବିଏମସି। ସବୁ ବର୍ଗ ପାଇଁ ଅଲଗା ଫି’ ଦର ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର ୨୫୦ ଟି ଆମ୍ବୁଲାନ୍ସ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୨୦୧୮ ବାଇ ଲ' ଅନୁସାରେ ଫି ଆଦାୟ କରାଯିବ। ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଫି ଧାର୍ଯ୍ୟ କରାଯାଇଛି। ଏଲଆଇଜି ଓ ଇଡବ୍ଲୁଏସ୍ ଘରେ ରହୁଥିଲେ ମାସିକ ୫୦ ଟଙ୍କା ଦେବେ। ସେହିଭଳି ୮୦୦ ବର୍ଗ ଫୁଟରୁ ଅଧିକ ଏମଆଇଜି କିମ୍ବା ଅନ୍ୟ ଘର ରହୁଥିବା ଲୋକେ ୭୫ ଟଙ୍କା ଦେବେ ୟୁଜର ଫି। ବ୍ୟବସାୟିକ ଅନୁଷ୍ଠାନ ପାଇଁ ପରିମାଣ ଅଧିକ ରହିଛି। 

ସମ୍ବନ୍ଧିତ ଖବର ୪ ଲେନ ହେବ ରାଜ୍ୟର ସମସ୍ତ ରାଜପଥ

‘ସଫା’ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ନଂ. ୭୬୫୩୦୧୧୮୩୨ ମାଧ୍ୟମରେ ଲୋକମାନେ ଅଧିକ ସୂଚନା ପାଇପାରିବେ ବୋଲି ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (ୟୁଜର ଫି) ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର ଆଜିଠାରୁ ନୋଡାଲ ସ୍କୁଲକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର

 

Tags: