ଆମିଷ ଓ ବର୍ଜ୍ୟ ପରିଚାଳନା ପାଇଁ ବିଏମସିର କଡା ନିର୍ଦେଶାବଳୀ

ଆମିଷ ଓ ବର୍ଜ୍ୟ ପରିଚାଳନା ପାଇଁ ବିଏମସିର କଡା ନିର୍ଦେଶାବଳୀ

ଭୁବନେଶ୍ୱର : ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଏଣେତେଣେ ଆମିଷ ବିକ୍ରି ଉପରେ ବିଏମସି ଲଗାଇବ ରୋକ । ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ। ନିୟମ ମାନିବାକୁ ସବୁ ବ୍ୟବସାୟୀକ ପ୍ରତିଷ୍ଠାନକୁ କଡ଼ା ନିର୍ଦ୍ଦେଶ ଦେଇଛି ବିଏମସି । ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ଏହାସହ ବର୍ଜ୍ୟକୁ ଖୋଲା ପାତ୍ରରେ କୌଣସି ପରିସ୍ଥିତିରେ ବି ରଖିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। 

ସମ୍ବନ୍ଧିତ ଖବର ହାଇୱା ଚଢ଼ିଯାଇ ମା' ମୃତ ପୁଅ ଗୁରୁତର

ଅମାନିଆ ଆମିଷ ବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ପାଇଁ ନିର୍ଦେଶାବଳୀ ଆଣିଲା ବିଏମସି । ସମସ୍ତ ମାଛ, ମାଂସ ଏବଂ କୁକୁଡା ଦୋକାନୀ, ବିକ୍ରେତା, କଂସେଇଖାନା ୟୁନିଟ୍ ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡା ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମୁନସିପାଲ କର୍ପୋରେସନ। ଆସନ୍ତା ଫେବୃଆରୀ ୧ ତାରିଖରୁ କଡାକଡି ଲାଗୁହେବ ନିର୍ଦେଶାବଳୀ । 

ସମ୍ବନ୍ଧିତ ଖବର PUCC କୁ ନେଇ ହାଇକୋର୍ଟଙ୍କ ନୋଟିସ

ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଏମସି ନେବ କଡା ପଦକ୍ଷେପ । ଆମିଷ ବିକ୍ରିକରି ବର୍ଜ୍ୟବସ୍ତୁ ଏଣେତେଣେ ଫୋପାଡିବାରୁ ଦୁର୍ଗନ୍ଧ ହେବା ସହିତ ପରିବେଶ ଦୂଷିତ ହେଉଛି । ଏହା ଦ୍ୱାରା ପକ୍ଷୀମାନଙ୍କର ସମାବେଶ ମଧ୍ୟ ହେଉଛି । ଫଳରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀଙ୍କ ଦେହରେ ଆଘାତ ଲାଗି ଗୁରୁତର ବିପଦ ସୃଷ୍ଟି କରୁଛି । ବିମାନ ବନ୍ଦର ଆଖପାଖରେ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଜୈବିକ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ନିଷ୍କାସନକୁ କଡାକଡି ଭାବେ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଆମିଷ ବଜାରରୁ ବାହାରୁଥିବା ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ । ଏଥିପାଇଁ କୌଣସି ପ୍ରକାରେ ଲିକେଜ୍ ହେଉନଥିବା ପାତ୍ରରେ ରଖିବେ । କୌଣସିମତେ ରାସ୍ତା, ଡ୍ରେନ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ପାଇଁ ଅନୁମତି ଦିଆଯିବ ନାହିଁ । ଉଲ୍ଲଘନକାରୀଙ୍କ ବିରୋଧରେ ବିବିଧ ପଦକ୍ଷେପ-ଯାହାକି ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଇତ୍ୟାଦି କରାଯିବ ।

 

Tags: