ବିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଠା ଦୋକାନରେ ଯାଞ୍ଚ
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ମିଠା ଦୋକାନରେ ବଡ଼ ଧରଣର ଚଢ଼ାଉ । ବଜାରରୁ ବିପୁଳ ପରିମାଣରେ ଅପମିଶ୍ରିତ ପନିର ଜବତ ପରେ ବିଭିନ୍ନ ଦୋକାନ ଗୁଡିକ ଉପରେ ଅତର୍କିତ ଚଢ଼ାଉ କରୁଛି ଫୁଡ ସେଫଟି ଟିମ । ଆଜି ଭୁବନେଶ୍ୱରରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଶେଷକରି କେମିକାଲ୍ ଓ ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ବିକ୍ରି ହେଉଛି କି ନାହିଁ, ତା’ ଉପରେ ରହିଛି ଟିମ୍ ର ନଜର । ଯାଞ୍ଚ ସମୟରେ କେତେକ ସ୍ଥାନରୁ ଅପମିଶ୍ରିତ ଛେନା ଓ ପନିର ଜବତ ହୋଇଥିବା ସୂଚନା ମିଳିଛି । CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ମିଠା ଦୋକାନରେ ଯାଞ୍ଚ କରାଯାଉଛି । ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି । ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜାରି ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛି BMC ।




