କାଲି ଠାରୁ ଘରକୁ ଘର ବୁଲିବେ ବିଏଲଓ - CEO

ଜୁନ୍ ୨୮ ଯାଏଁ ଚାଲିବ SIR

କାଲି ଠାରୁ ଘରକୁ ଘର ବୁଲିବେ ବିଏଲଓ - CEO
Samaya Live News Picture
Published On

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ରାଜ୍ୟରେ ଚାଲିବ ଏସଆଇଆର ପ୍ରକ୍ରିୟା । ଏହା ଜୁନ ୨୮ତାରିଖ ଯାଏଁ ଚାଲିବ I ଘରକୁ ଘର ବୁଲି ବିଏଲଓ କରିବେ ଭୋଟର ଆଇଡି ସଂଶୋଧନ। ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ଏଥିପାଇଁ ୪୫ ହଜାର ୨୫୫ ବିଏଲଓ ନିଯୁକ୍ତି ହୋଇଛନ୍ତି । ସମସ୍ତଙ୍କ ତାଲିମ ସରିଛି । ଏହାସହ ୩୧ ହଜାର ୨୬ ବୁଥ୍ ଲେଭଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍‌ରେ ଉପସ୍ଥିତ ରହିବେ ବିଏଲଓ । ସକାଳେ ଘର ଘର ବୁଲି ଗଣନା କରିବେ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।  

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭% ଲଜିକାଲ ମଧ୍ୟ ଏରର ବାହାରିଛି । ଯଦି କୌଣସି ଭୋଟଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ। ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ। ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ। ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ ।

ସେହିପରି ,ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ।

Tags: