ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି

୨୮ ରେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତି

ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ବର୍ତ୍ତମାନ ଯାଏଁ ରାଜ୍ୟର ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ହୋଇନାହିଁ । ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ସେହିପରି କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବା ପାଇଁ ଜାତୀୟ ସ୍ତରର ନେତାଙ୍କ ସହିତ ଆଲୋଚନା କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯିବେ । 

ସମ୍ବନ୍ଧିତ ଖବର ୨୨.୨.୨୦୨୬ ରବିବାର

ଓଡ଼ିଶା ଗସ୍ତରେ ଥିବା ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ଦଳ ଖୁବ ଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ । କୋର୍ କମିଟି ବୈଠକ ଶେଷ ହୋଇଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯାଇଛି । ଆସନ୍ତାକାଲି ସଂସଦୀୟ କମିଟି ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଦଳ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ । 

ସମ୍ବନ୍ଧିତ ଖବର ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମାନ କଥାକୁ ଦୋହରାଇଛନ୍ତି । କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବୈଠକ କିଏ ପ୍ରାର୍ଥୀ ହେବ ନିଷ୍ପତ୍ତି ନେବେ । 

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସ ମଧ୍ୟ ରାଜ୍ୟସଭା ନିର୍ବାଚନରେ ଭାଗ ନେବ । ସେଥିପାଇଁ ଦଳର ସଭାପତି ଭକ୍ତ ଚରଣ ଦାସ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଗସ୍ତ କରିବେ । ହାଇକମାଣ୍ଡଙ୍କ ସହିତ ଆଲୋଚନା ପରେ ଆସନ୍ତା ୨୮ ତାରିଖ ଦିନ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ବିଜେଡ଼ି ସହିତ ମିଶି ପ୍ରାର୍ଥୀ ଦେବ ବୋଲି ଭକ୍ତ କହିଥିଲେ । କିନ୍ତୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ଯାଏ ତାଙ୍କୁ ଭେଟିବାକୁ ସମୟ ଦେଇ ନାହାଁନ୍ତି ।

ଅନ୍ୟପଟେ,ରାଜ୍ୟସଭା ରେସ୍‌ରେ ଥିବା ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ , ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଅନ୍ତର୍କନ୍ଦଳରେ ଘାରି ହେଉଥିବା ବିଜେଡି ଓ କଂଗ୍ରେସ ହୁଅନ୍ତୁ ଅବା ତୃଣମୂଳରେ ସଂଗଠନ ସଜାଡ଼ି ପାରୁନଥିବା ବିଜେପି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ।

ସୂଚନାନୁସାରେ,ଏପ୍ରିଲରେ ରାଜ୍ୟସଭାର ଓଡ଼ିଶାର ୪ଟି ଆସନ ଖାଲି ହେଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । 

Tags: