ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି
ଦେବଗଡ଼: ମେ ୦୨: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ଦେବଗଡ଼ ବନ୍ଦ ଡାକରା ପାଳନ କରିଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫକୁ ପ୍ରତିବାଦ କରି ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ଏହି ବନ୍ଦ ଡାକରା ଦେଇଛି । ଏନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ । ପ୍ରତିବାଦ ସ୍ୱରୂପ ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର […]
ଦେବଗଡ଼: ମେ ୦୨: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ଦେବଗଡ଼ ବନ୍ଦ ଡାକରା ପାଳନ କରିଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫକୁ ପ୍ରତିବାଦ କରି ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ଏହି ବନ୍ଦ ଡାକରା ଦେଇଛି । ଏନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ ।
ପ୍ରତିବାଦ ସ୍ୱରୂପ ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର ଓ ସରକାରୀ ଅଫିସ ସବୁ ବନ୍ଦ କରୁଛନ୍ତି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଉଥିବା ଦୃଷ୍ଟିକୁ ଆସିଛି ।
ସୂଚନା ଥାଉଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଆଜି ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଥିଲେ । ଏହାସହିି ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ତୁରନ୍ତ ଗିରଫ କରାଯାଉଛ ବୋଲି ଦାବି କରିଛନ୍ତି । ତେବେ ବିଡିଓଙ୍କ ବିରୋଧରେ ବିଧାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହିଁ ।
ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ମୋହନ ମାଝି, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଥାନା ଘେରାଉ ସମୟରେ ଉପସ୍ଥିତ ରହିଛନ୍ତି ।




