୧୮ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

୧୮ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
Samaya Live News Picture
Published On

ଭୁବନେଶ୍ୱର:  ଆସନ୍ତା ୧୮ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ନିତୀନଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଏହି ସମୟରେ ସେ ଜଟଣୀଠାରେ ଦଳୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ଏବଂ ପରେ ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରି ପରିଷଦ ସଦସ୍ୟଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପରିବେଶ ସୁରକ୍ଷା ଓ ପେଟ୍ରୋଲ-ଡିଜେଲ ବ୍ୟବହାର ହ୍ରାସ କରିବା ସନ୍ଦେଶକୁ ପ୍ରସାର କରିବା ପାଇଁ ଏହି ରାଲିରେ ଅଧିକରୁ ଅଧିକ ବ୍ୟାଟେରୀ ଚାଳିତ ବା ଇ-ବାଇକ୍ ବ୍ୟବହାର କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

 

Tags: