ନବୀନଙ୍କ ଚିଠିକୁ ନେଇ ୨ମନ୍ତ୍ରୀଙ୍କ ପ୍ରତିକ୍ରିୟା

ନବୀନଙ୍କ ଚିଠିକୁ ନେଇ ୨ମନ୍ତ୍ରୀଙ୍କ ପ୍ରତିକ୍ରିୟା
Samaya Live News Picture
Published On

ଭୁବନେଶ୍ୱର : ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନଥିବା ସେ କହିଛନ୍ତି। ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ ବୋଲି ସେ କହିଛନ୍ତି

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି- କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି | ଆଗାମୀ ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି କିନ୍ତୁ ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ। ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ସିଟ ସଂଖ୍ୟା ବଢ଼େ ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଛନ୍ତି।

ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବା ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ଦୁରେଇ ରୁହନ୍ତୁ ନବୀନ ଏହା ହିଁ ମୋର ପରାମର୍ଶ ବୋଲି ସେ କହିଛନ୍ତି।

ସେହିଭଳି , ନବୀନଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସଂସଦରେ ରାହୁଲ ଦେଇଥିବା ମନ୍ତବ୍ୟକୁ ଦୋହରାଉଛନ୍ତି ନବୀନ । ପ୍ରସ୍ତାବ ଆସିବା ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଗଲେ। ନବୀନ ବାବୁ କଂଗ୍ରେସ ହେବା ଆରମ୍ଭ କଲେଣି।ବିଜେଡି ଆଉ ଅଣକଂଗ୍ରେସ ଦଳ ହୋଇ ରହି ନାହିଁ ସେ ଏବେ କଂଗ୍ରେସର ଭାଷା କହୁଛି । ଚୋରା ପୀରତି ବନ୍ଦ ହେଉ, ଯାହା କରିବା କଥା ଖୋଲାଖୋଲି କରନ୍ତୁ। ୟୁପିଏ ମେଣ୍ଟକୁ ଯିବାକୁ ଚାହୁଁଥିଲେ ଜଲ୍ଦି ପଳାନ୍ତୁ। ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ, ଏବେ ବିରୋଧ କାହିଁକି ? ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ରଖୁଛନ୍ତି ନବୀନ।

Tags: