ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ବଡ଼ ବୈଠକ
ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେପି ବିଧାୟକ ଦଳ ବୈଠକ । ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ,ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ସମସ୍ତ ବିଧାୟକଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି । ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ଆଲୋଚନା ହେବା ସୂଚନା ମିଳିଛି । ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ଆସି କରିଥିଲେ ବୈଠକ ।
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା । ଡିସେମ୍ବର ସୁଦ୍ଧା ସମସ୍ତ କମିଟି ସାରିବାକୁ ଦେଇଥିଲେ ନିର୍ଦ୍ଦେଶ । ତେଣୁ ସେ ନେଇ ଆଲୋଚନା ହୋଇପାରେ । ଅନ୍ୟପଟେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବା ନେଇ ଆଲୋଚନା ହୋଇପାରେ ।
Tags:




