ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲା ବିଜେପି

ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଭିଳାଷ ପଣ୍ଡାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି କରାଯାଇଛି । ସେହିପରି ଶୁଭାଂଶୁ ମୋହନ ପାଢୀ କୃଷକ ମୋର୍ଚ୍ଚା ସଭାପତି, କାନ୍ଦେରୀ ସୋରେନ୍ ଆଦିବାସୀ ମୋର୍ଚ୍ଚା ସଭାପତି , ବାଇଧର ମଲ୍ଲିକ୍‌ ଏସ୍‌ସି ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକ ଓବିସି ମୋର୍ଚ୍ଚା ସଭାପତି, ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ହୋଇଛନ୍ତି। ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ୭ ଜଣଙ୍କୁ ମୋର୍ଚ୍ଚା ସଭାପତି, ୩ ଜଣଙ୍କୁ ଭାଜପା ସେଲ୍‌ ଇନ୍‌ଚାର୍ଜ, ଜଣଙ୍କୁ ଅଫିସ୍‌ ସେକ୍ରେଟାରୀ, ଜଣଙ୍କୁ ଆଇଟି ଦାୟିତ୍ୱ ଏବଂ ୩୭ ଜଣଙ୍କୁ ବିଭିନ୍ନ ଜିଲାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

Read More ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ,ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ

Tags: