ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସ୍ୱର ହୋଇ ରହିବ ବିଜେଡି - ନବୀନ

ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସ୍ୱର ହୋଇ ରହିବ ବିଜେଡି - ନବୀନ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି । ପ୍ରତିଷ୍ଠା ଦିବସରେ ବିଜେପିକୁ ଟାର୍ଗେଟ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।  ବିଜେଡି ବିରୋଧରେ ଚାଲୁଥିବା ଅପପ୍ରଚାରକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଥିଲେ ଆଗାମୀ ୧୦୦ ବର୍ଷ ଯାଏଁ ବିଜେଡି ଲୋକଙ୍କ ସ୍ୱର ହୋଇ ରହିବ । କିଛି ଲୋକ ଦଳ ଭାଙ୍ଗିବା ନେଇ ଅପପ୍ରଚାର କରୁଛନ୍ତି । ବିଜେଡି ଜଣେ କିମ୍ବା ଦୁଇ ଜଣ ନେତାଙ୍କର ନୁହେଁ । ଲୋକଙ୍କ ଭାବାବେଗ ସହ ଜଡିତ ଅଛି ବିଜେଡି । ତେଣୁ ବିଜେଡି ଭାଙ୍ଗିନି କି ଭାଙ୍ଗିବନି । ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ବିଜେଡି ଅଛି ଓ ରହିବ । ସେ ବିଜେପି କୁ ଟାର୍ଗେଟ କରି କହିଛନ୍ତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଛି । କିନ୍ତୁ ଚାଷୀ ସାର ପାଉନି । ମଣ୍ଡି ଖୋଲୁନି ,ମିଶନ ଶକ୍ତି ମା' ହଇରାଣ ହେଉଛନ୍ତି । ଶିଶୁ ବି ଓଡ଼ିଶାରେ ସୁରକ୍ଷିତ ନୁହଁନ୍ତି, ଯୁବ ସମାଜ ହତାଶ । ସେହିପରି ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଛନ୍ତି ମହିଳାଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ୧୮ ମାସ ସରକାରରେ ୧୮ ଟି ବଡ଼ ପ୍ରଶ୍ନ ପତ୍ର ଲିକ । ରାଜ୍ୟରେ ସରକାର ଥିବାଭଳି ଲାଗୁନାହିଁ ।

ସମ୍ବନ୍ଧିତ ଖବର ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ

 

ସମ୍ବନ୍ଧିତ ଖବର ବିଳମ୍ବରେ ଆସିବାରୁ ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ବାରଣ କଲେ ଜିଲ୍ଲାପାଳ

Tags: