ଅଲ ଆଉଟ ହୋଇଯିବ ବିଜେଡି - ମନ୍ତ୍ରୀ
ଭୁବନେଶ୍ୱର : ଅଲ ଆଉଟ ହୋଇଯିବ ବିଜେଡି । ଗୋଟିଏ ପରେ ଗୋଟିଏ ଓ୍ୱିକେଟର ପତନ ଚାଲିଛି । ଯେଉଁଭଳି ଜଣେ ପରେ ଜଣେ ବିଜେଡି ନେତା ଦଳ ଛାଡ଼ୁଛନ୍ତି ଦଳ ଏବେ ବିଲୟ ମୁହାଁ । ସମୟ ଆସିବ ବିଜେଡି ଅଲ ଆଉଟ ହୋଇଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପ୍ରସଙ୍ଗରେ ଆଜି ସେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସହ କେଉଁ ମାନେ ଯୋଗାଯୋଗରେ ଅଛନ୍ତି ବିଜେଡି ଭଲ ଭାବରେ ଜାଣିଥିବା କଟାକ୍ଷ କରିଛନ୍ତି ସୁରେଶ ପୂଜାରୀ।
ସେ କହିଛନ୍ତି କ୍ଲିନ ସ୍ୱିପ ଘଟଣା ନୂଆ ନୁହେଁ। ଦଳ ଆରମ୍ଭ ହୁଏ । ଆଉ ଦଳ ସମାପ୍ତ ମଧ୍ୟ ହୁଏ। ଭାରତରେ କେତେ ରାଜନୈତିକ ଦଳ ଜନ୍ମ ନେଇଛନ୍ତି । କେତେ ସମାପ୍ତ ମଧ୍ୟ ହୋଇଛନ୍ତି । ତାର ଗଣତି ନାହିଁ। ଏ ଦଳ ୨୫ବର୍ଷ ଶାସନ କରିଥିଲା ଏ ଦଳ ଲୁପ୍ତ ପ୍ରାୟ ହୋଇଯିବ। ଏ ଏକ ସ୍ୱାଭାବିକ ପ୍ରକ୍ରିୟା। ବିନା ବିଚାର ଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇ ନାହିଁ। ବିଜେଡି କ୍ଷମତା ସର୍ବସ୍ୱ ପାର୍ଟି। କ୍ଷମତା ନଥିଲେ ସମସ୍ତେ ଦୁରେଇ ଯିବେ । ଓଡିଶାରେ ଏପରି ଏକ ରାଜ୍ୟ ଏଥରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଛି । ଆଉ ସେମାନଙ୍କ ସ୍ୱାଭାବିକ ମୃତ୍ୟୁ ମଧ୍ୟ ହୋଇଛି । ଏହି କ୍ରମରେ ବିଜେଡି ଦଳରୁ ଯେଉଁପରି ବରିଷ୍ଠ ନେତାମାନେ ଦଳ ଛାଡ଼ୁଛନ୍ତି, ସେଥିରୁ ଅନୁମାନ ହେଉଛି ଏ ଦଳ ବିଲୟ ମୁହାଁ ହୋଇ ସାରିଲେଣି।



