ନିଲମ୍ବିତ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିବ ବିଜେଡି

ନିଲମ୍ବିତ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିବ ବିଜେଡି
Samaya Live News Picture
Published On

ଭୁବନେଶ୍ୱର : କ୍ରସ ଭୋଟିଂ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ । ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ ସୁପ୍ରିମୋ ନବୀନ ପଟ୍ଟନାୟକ କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଆଜି ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ ବିଜେଡି । ସଭ୍ୟପଦ ରଦ୍ଦ ହେବ କି ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ । ନିଲମ୍ବିତ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ କୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟକୁ ବିଜେଡ଼ି ପକ୍ଷରୁ ଅବଗତ କରାଯିବ ,ଯଦି ବାଚସ୍ପତିଙ୍କ ନିକଟରେ କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ।

୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ ବୋଲି କହିଛନ୍ତି ମୁଖପାତ୍ର ଲେଲିନ ମହାନ୍ତି। ସେ କହିଛନ୍ତି ଯେ, ସେମାନେ ଯଦି ଭାବୁଛନ୍ତି ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ସେ ବଞ୍ଚିଯିବେ ତାହା ଭୁଲ। ଏହି ବିଧାୟକ ମାନେ ରାଜ୍ୟ ଦଳ ପାଇଁ ଅନ୍ୟାୟ କରିଛନ୍ତି ବିଜେଡି ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ୍ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବାର ନଜିର ରହିଛି । ହିମାଚଳ ପ୍ରଦେଶରେ ୨୦୨୪ରେ ୬ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଇସ୍ତଫା ଦେଇଥିଲେ । ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି ବିଜେପିକୁ ଭୋଟ୍ ଦେଇଥିଲେ। ହିମାଚଳ ପ୍ରଦେଶରେ ୨୦୨୪ ଫେବ୍ରୁଆରିରେ କଂଗ୍ରେସ ଦଳର ୬ ଜଣ ବିଧାୟକଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

 

Tags: