ନବୀନଙ୍କ ନିର୍ଦେଶରେ କୋଟିଆ ଯିବ ବିଜେଡି ଟିମ

ନବୀନଙ୍କ ନିର୍ଦେଶରେ କୋଟିଆ ଯିବ ବିଜେଡି ଟିମ
Samaya Live News Picture
Published On

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ବିବାଦୀୟ ପଞ୍ଚାୟତ କୋଟିଆ ଯିବ ବିଜେଡି ଟିମ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ବିଜେଡିର ଏକ ୧୫ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରିବ । କୋଟିଆର ତିନୋଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ସ୍ଥାନୀୟ ନିର୍ବାଚନ କରିବା ପାଇଁ ଘୋଷଣା କରିବା ପରେ ଏହି ରାଜନୈତିକ ବିବାଦ ତେଜିଛି । ଏହି ପରିପ୍ରେକ୍ଷୀରେ କୋଟିଆବାସୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିବ ଟିମ୍ । ଏହି ଗସ୍ତ ସରିବା ପରେ ପ୍ରତିନିଧି ଦଳ ସେମାନଙ୍କର ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିବେ । 

ପ୍ରତିନିଧି ଦଳରେ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ଝିନ ହିକକା ଓ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରଭୃତି ଅଛନ୍ତି ।

ନବୀନ ଏହା ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଥିଲେ। ଏହା ପରେ ନିଜ ଦଳର ଏକ ଟିମ୍ କୁ କୋଟିଆ ପଠାଇଛନ୍ତି ନବୀନ । ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ବିଜେପି ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି କୋଟିଆ ବିବାଦର ସ୍ଥାୟୀ ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଆନ୍ଧ୍ରର ନିର୍ବାଚନ ଘୋଷଣା ସତ୍ତ୍ୱେ ରାଜ୍ୟ ସରକାର କାହିଁକି ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେପି ଏହାର ଜବାବରେ କହିଛି ଯେ ବିଜେଡି ନିଜର ୨୪ ବର୍ଷର ଶାସନ କାଳରେ କୋଟିଆ ବିବାଦ ସମାଧାନ କରିବାରେ ବିଫଳ ହୋଇଥିଲା ।

Tags: