ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ

ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ
Samaya Live News Picture
Published On

କଟକ : ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠିଙ୍କୁ ଗିରଫ କଲା ଭିଜିଲାନ୍ସ। ଦୁର୍ନୀତି ଅଭିଯୋଗରେ ଗତକାଲି ଭିଜିଲାନ୍ସ ତାଙ୍କର ୭ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତପନ ସେଠୀଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ । ଚଢ଼ାଉ ବେଳେ ତାଙ୍କର ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଗତକାଲି ଭିଜିଲାନ୍ସ ଚଢ଼ଉବେଳେ ତାଙ୍କର କଟକ ସିଡିଏ ସେକ୍ଟର-୭ ସ୍ଥିତ ତିନି ମହଲା ବିଶିଷ୍ଟ କୋଠା, ପୁରୀ ସିଦ୍ଧମହାବୀର ଠାରେ ଥିବା ତିନି ମହଲା ବିଶିଷ୍ଟ କୋଠା, କଟକ ଜିଲ୍ଲା କଣ୍ଟାପଡ଼ା ଠାରେ ଥିବା ଫାର୍ମ ହାଉସ୍, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ଠାରେ ଥିବା ଦୁଇ ମହଲା ବିଶିଷ୍ଟ ଘର ଠାବ ହୋଇଥିଲା । ଏହାସହ ଘରୁ ତାଙ୍କର ୭୫୦ ଗ୍ରାମ ସୁନା, ୨ହଜାର ୮୭ ଲକ୍ଷର ବ୍ୟାଙ୍କ ଜମା, ୨ଟି ୪ ଚକିଆ ଗାଡ଼ି ଠାବ କରାଯାଇଛି । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରି ନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଭିଜିଲାନ୍ସ ସେଲ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

 

Tags: