ଦେବାଶିଷଙ୍କ ଦଳ ଛାଡିବା ପରେ ବିଜେଡି ର ପ୍ରତିକ୍ରିୟା
ବିଜେପି ୱାସିଂ ମେସିନ କୁ ଗଲେ ଦେବାଶିଷ - ପ୍ରମିଳା
ଭୁବନେଶ୍ୱର : ରାଜ୍ୟସଭା ଏମପି ଦେବାଶିଷ ସାମନ୍ତରାୟ ଆଜି ବିଜେଡି ଛାଡିଛନ୍ତି । ଦଳରେ ତାଙ୍କୁ ଅପମାନିତ ତଥା ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ।
ଦେବାଶିଷଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି ।କଟକରେ ତାଙ୍କର ସଂଗଠନ ନାହିଁ । ଦିଲ୍ଲୀରେ କେବେ ତାଙ୍କ ସ୍ୱର ନଥିଲା । ଅନେକ ଲୋକ ଅଛନ୍ତି ଦିଲ୍ଲୀରେ ଦଳର ସ୍ୱର ଉଠାଇବା ପାଇଁ । ଦଳରେ ବର୍ତ୍ତମାନ କର୍ମୀ ସଂଖ୍ୟା ବଢ଼ୁଛନ୍ତି । ତାଙ୍କ ପ୍ରାପ୍ୟ ଠାରୁ ଅଧିକ ବିଜେଡି ଦେଇଛି ବୋଲି ଲେନିନ କହିଛନ୍ତି ।
ସେହିପରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଅସନ୍ତୋଷ ଝାଡ଼ି କହିଛନ୍ତି ଦେବାଶିଷଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦେବାଶିଷଙ୍କୁ କଟାକ୍ଷ କରି ପ୍ରମିଳା କହିଲେ ବିଜେପିରେ ମିଶିଲେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ହେବେ ଦେବାଶିଷ । ସେ ଜଣେ ସୁବିଧାବାଦୀ ନେତା । ବିଜେଡି ସରକାରରୁ ଯିବା ପରେ ଦେବାଶିଷ ବିଜେପି ଯୋଗାଯୋଗରେ ଥିଲେ । ତେଣୁ ୱାକଫ ବୋର୍ଡ ମିଟିଂରେ ଜାଣିଶୁଣି ଅନୁପସ୍ଥିତ ରହିଥିଲେ । ନିଶାସକ୍ତ ଅବସ୍ଥାରେ ସେ କେଉଁଠି କିଛି ଭୁଲ କରିଥିବେ ତେଣୁ ବିଜେପି ୱାଶିଂ ମେସିନ୍କୁ ଗଲେ ସଫା ହେବ ପାଇଁ ।



