ବିଜେଡି ର 'U TURN, ଓଡିଶା ବନ୍ଦକୁ ସମର୍ଥନ କରିବ ନାହିଁ ଦଳ

ଆମେ କୌଣସି ମେଣ୍ଟରେ ନାହୁଁ - ପ୍ରମିଳା ମଲ୍ଲିକ

ବିଜେଡି ର 'U TURN, ଓଡିଶା ବନ୍ଦକୁ ସମର୍ଥନ କରିବ ନାହିଁ ଦଳ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିଛି । ମାତ୍ର ଅଧ ଘଣ୍ଟା ମଧ୍ୟରେ ବଦଳିଲା ବିଜୁ ଜନତା ଦଳ ର ନିଷ୍ପତ୍ତି । ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ଦଳ । ଏନେଇ ସ୍ପଷ୍ଟ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଆମେ କୌଣସି ମେଣ୍ଟରେ ନାହୁଁ । ଆମେ କେବଳ ଏସଆଇଆର ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା କୁ ନେଇ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିଥିଲୁ । ଯିଏ ବନ୍ଦ ଡାକରା ଦେଇଛନ୍ତି ସେ ଆମକୁ ପଚାରି ବନ୍ଦ ଡାକରା ଦେଇ ନଥିଲେ । ଆମେ ସମ ଦୂରତା ନୀତି ଅବଲମ୍ବନ କରୁଛୁ । ତେଣୁ ଏହି ବନ୍ଦକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ । ତେବେ ଅଧ ଘଣ୍ଟା ପୂର୍ବରୁ ନବୀନ ନିବାସ ରୁ ଫେରି ବନ୍ଦ କୁ ସମର୍ଥନ କରିବୁ ଏବଂ ଆମେ ଇଣ୍ଡିମେଣ୍ଟ  ରେ ଅଛୁ ବୋଲି କହିଥିଲେ ପ୍ରମିଳା ମଲ୍ଲିକ । ମାତ୍ର ହଠାତ ଅଧଘଣ୍ଟା ପରେ କାହା ଚାପରେ ଆସି ପୁଣି ମତ ବଦଳାଇଲେ ଏହାକୁ ନେଇ ଉଠିଛି  ପ୍ରଶ୍ନ ।

ସୂଚନାନୁସାରେ, ଅକ୍ଟୋବର ୮ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଇଁ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହ୍ୱାନ ଦିଆଯାଇଛି । MMDR Amendment Act, ୨୦୨୬ ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

 

Tags: