ବାଚସ୍ପତିଙ୍କୁ ଭେଟିବେ ବିଜେଡି ବିଧାୟକ

ବାଚସ୍ପତିଙ୍କୁ ଭେଟିବେ ବିଜେଡି ବିଧାୟକ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭାରେ କ୍ରସ ଭୋଟିଂ ପ୍ରସଙ୍ଗରେ ଆଜି ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ । ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବିପତ୍ର ପ୍ରଦାନ କରିବେ। ଏଥିପାଇଁ ସବୁ ବିଧାୟକଙ୍କୁ ୧୧ଟା ପୂର୍ବରୁ ଶଙ୍ଖ ଭବନରେ ପହଞ୍ଚିବାକୁ କୁହାଯାଇଛି ।

ସେଠାରୁ ସେମାନେ ଏକାଠି ହୋଇ ବିଧାନସଭା ଅଭିମୁଖେ ଯିବେ।  ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ।

ସେହିପରି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିର ଅବମାନନା ଏବଂ କ୍ରସ୍‌ଭୋଟିଂ କରିବା ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତି‌ର୍ତ୍ତାଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

ସୂଚନାନୁସାରେ, ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନରେ ବିଜେଡି ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହାକୁ ନେଇ ବିଜେଡି ଏହି ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା ।ସୋ' କଜର ଉତ୍ତର ରଖି ୬ ବିଧାୟକ ସିଧାସଳଖ ଦଳକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ଉପରେ ଶୃଙ୍ଖଳା କମିଟି ବୈଠକ ଆଲୋଚନା ହୋଇଥିଲା ।

Tags: