ସନ୍ଧ୍ୟାରେ ବସିବ ବିଜେଡି ବୈଠକ

ସନ୍ଧ୍ୟାରେ ବସିବ ବିଜେଡି ବୈଠକ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବୈଠକ ବସିବ।  ଏହାପରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ ନବୀନ । ତେବେ କଣ ହେବ ଆଲୋଚନା ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଦୁଇ ଜଣଙ୍କ ଆକ୍ସନ ପରେ ଆଉ କାହା ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ଏସବୁ ଦିଗ ଉପରେ ରହିଛି ନଜର । ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ସୁପ୍ରିମୋ । ତେବେ ଏହି ବୈଠକରୁ ଦଳ କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ

Tags: