ପ୍ରମିଳାଙ୍କ ଘରେ ବିଜେଡି ନେତାଙ୍କ ବୈଠକ
ଯାଜପୁର : ଭଦ୍ରକ ବିଜେଡିରୁ ମଣ୍ଡଳ ଦମ୍ପତିଙ୍କୁ ବିଦା ପରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଯାଜପୁର ଘରେ ଏକଜୁଟ ହୋଇଛନ୍ତି ବିଜେଡି ନେତୃବୃନ୍ଦ । ଯାଜପୁର ସଂଗଠନକୁ ନେଇ ରୁଦ୍ଧଦ୍ବାର ବୈଠକ ବସିଛି । ଏହି ବୈଠକରେ ବିଶ୍ୱ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥିବା ସୂଚନା ମିଳିଛି । ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି । ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା ।
Tags:




