ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ବିଜେଡି ନେତା ଅଶୋକ ପଣ୍ଡାଙ୍କ ମତ
ବିଜେଡି ପୁରୁଖାଙ୍କୁ ପ୍ରାଧାନ୍ୟ ଦେଲେ ଭଲ
By: Samaya Live News
ଭୁବନେଶ୍ୱର : ବିଜେଡିର ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ମତ ରଖିଛନ୍ତି ପୂର୍ବତନ ଏକାମ୍ର ବିଧାୟକ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର । ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ । କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ । ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି । ଆମେ ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦେଲେ ଭଲ ହେବ ।
ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି
ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ।
ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ
Tags:



