୨୯ ବର୍ଷରେ ପାଦ ଥାପିଲା ବିଜେଡି,ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେବେ ସୁପ୍ରିମୋ

୨୯ ବର୍ଷରେ ପାଦ ଥାପିଲା ବିଜେଡି,ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେବେ ସୁପ୍ରିମୋ

ଭୁବନେଶ୍ୱର : ଆଜି ଡିସେମ୍ବର ୨୬ ତାରିଖ । ଆଜି ଦିନରେ ୨୮ ବର୍ଷ ପୁରି ୨୯ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ବିଜେଡିର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ବିଜେଡିର ଜନ୍ମ ଦିବସ ଉପଲକ୍ଷେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସଦସ୍ୟମାନଙ୍କୁ ଏକଜୁଟ ହୋଇ ରହିବା ପାଇଁ  ବାର୍ତ୍ତା ଦେଇଛନ୍ତି, ସେମାନଙ୍କୁ "ସେବା, ସ୍ୱାଭିମାନ ଏବଂ ସଂଘର୍ଷ" ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ଆହ୍ୱାନ କରିଛନ୍ତି । ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ । ଡିସେମ୍ବର ୨୬, ୧୯୯୭ ରେ ପ୍ରତିଷ୍ଠିତ ବିଜେଡି ୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିଲା ।

ସମ୍ବନ୍ଧିତ ଖବର ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦଳୀୟ ନେତା ଓ କର୍ମୀ । ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ସେବାର ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ସେ କହିଛନ୍ତି ଜନସାଧାରଣଙ୍କ ସ୍ୱର ହୋଇ, ବିଜେଡି ଓଡ଼ିଶାର ଶକ୍ତିକୁ ସୁଦୃଢ଼ ​​କରୁଛି । ଦଳ ଓଡ଼ିଶାର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାରେ ଅଟଳ ରହିଛି । ଆଗାମୀ ଦିନରେ ବିଜେଡି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ସହ ସେବାର ସଂକଳ୍ପକୁ ପ୍ରତିଷ୍ଠା ଦିବସରେ ଆହୁରି ଆଗେଇନେବ ।

ସମ୍ବନ୍ଧିତ ଖବର ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରୁ ସମର୍ଥକମାନେ ଶୋଭାଯାତ୍ରାରେ ବାହାରି ଶଙ୍ଖ ଭବନରେ ପହଞ୍ଚିବେ । ତେବେ ଦଳ ବର୍ତ୍ତମାନ କ୍ଷମତାରେ ନଥିବାରୁ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରତିଷ୍ଠା ଦିବସର ଜାକଜମକ ସେହିଭଳି ଦେଖିବାକୁ ମିଳିନାହିଁ ।

ସମ୍ବନ୍ଧିତ ଖବର ଧାଡି ଦର୍ଶନ ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ - ମନ୍ତ୍ରୀ

Tags: