ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବହୁ ନେତା ଓ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ଏଇଠି ରହି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି […]
ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବହୁ ନେତା ଓ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ଏଇଠି ରହି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଆଜି ସକାଳେ ବର୍ଷା ମାଣ୍ଡୋସିଲ ସ୍ଥିତ ବୁଢାରାଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ପାଇକମାଲ ନୃସିଂହନାଥ ଠାରେ ବିନ୍ଧ୍ୟାବାସୀନି ଠାକୁରାଣୀଙ୍କ ଦର୍ଶନ କରିଥିଲେ। ତେବେ ଆଜି ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ପରେ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ନୋମିନେସନ ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିବେ ।
ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ ୮ତାରିଖରେ ଭୋଟ ଗଣତି ହେବ।




