ଆମ ବସ ଦୁର୍ଘଟଣରେ ବାଇକ ଆରୋହୀ ଆହତ
ଭୁବନେଶ୍ୱର : ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଆଜି ଜୟଦେବବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ଭଦ୍ରକ ଅଞ୍ଚଳର ରଶ୍ମିରଞ୍ଜନ ପଣ୍ଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା । ବସ୍ କୁ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳର ସହିଦ ନଗର ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ବସ୍କୁ ଜବତ କରିଥିବା ସୂଚନା ମିଳିଛି।
Tags:



