ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ
ଭୁବନେଶ୍ବର : ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଡ ଦାୟିତ୍ବ । ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେପି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଶାହା ଓ ମୋହନଙ୍କୁ ଦାୟିତ୍ୱ ପ୍ରଦାନ କରିଛି ବିଜେପି ସଂସଦୀୟ ବୋର୍ଡ । ଏନେଇ ପାର୍ଟିର ଜାତୀୟ ମହାସଚିବ ଅରୁଣ ସିଂ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।
Tags:



