୭୬୬୪ ପଦବୀ ପାଇଁ ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି
କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ପଦବୀରେ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ପଦବୀରେ ନିଯୁକ୍ତି ସୁଯୋଗ ରହିଛି । ୪୨୧୯ ସିଭିଲ କନେଷ୍ଟବଳ ପଦବୀ , ୨୨୧୨ OISF କନେଷ୍ଟବଳ ପଦବୀ, ୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ହେବ ।
ଓଡ଼ିଶା ପୋଲିସର ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଚାରୋଟି ପର୍ଯ୍ୟାୟରେ ହେବ। ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଡାକ୍ତରୀ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା। ଏହି ଶାରୀରିକ ପରୀକ୍ଷା ଯୋଗ୍ୟତା ଏବଂ ଲିଖିତ ପରୀକ୍ଷାରେ ପ୍ରାପ୍ତ ମୋଟ ମାର୍କ ଉପରେ ମେରିଟ ଲିଷ୍ଟ ଆଧାରିତ ହେବ।
Tags:



